ଟ୍ରେନ୍‌ରେ ପ୍ରସବ କଲେ ମହିଳା

ଟିଟିଲାଗଡ: ଟ୍ରେନ୍‌ରେ ଶିଶୁପୁତ୍ର ଜନ୍ମଦେଲେ ମହିଳା। ତେଲେଙ୍ଗାନାର ଲିଙ୍ଗମପାଲିରୁ ବଲାଙ୍ଗିର ଆସୁଥିବା ଏକ ସ୍ପେଶାଲ ଟ୍ରେନ୍‌ରେ ଜଣେ ମହିଳା ଏକ ଶିଶୁପିତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଥୋଡ଼ିବାହଲ ଗାଁରୁ ଇନ୍ଦୁରା ଛୁରା ଓ ତାଙ୍କ ପତ୍ନୀ ମୀନା କୁମ୍ଭାର କାମ କରିବା ପାଇଁ ତେଲେଙ୍ଗାନାର ଲିଙ୍ଗମପାଲିକୁ ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହେବାରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିଲେ ଦମ୍ପତି। କିନ୍ତୁ ଟ୍ରେନ୍‌ରେ ମୀରାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେହି ଟ୍ରେନ୍‌ରେ ହିଁ ମୀରା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଟ୍ରେନ୍‌ଟି ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚିବା ପରେ ଏଡିଏମ୍‌ଓ(ADMO)ଙ୍କ ପରାମର୍ଶ ପରେ ଉଭୟ ମାଓ ଶିଶୁଙ୍କୁ ସ୍ଥାନୀୟ ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ସ୍ପେଶାଲ ଟ୍ରେନରେ ଏହା ତୃତୀୟ ପ୍ରସବ ଘଟଣା ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

You might also like