ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

ଯୌତୁକ ପାଇଁ ହତ୍ୟା କରାଯାଇଥିବା ବାପଘର ଲୋକଙ୍କ ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବୋଲଗଡ଼ ଥାନା ଠଣାପଲ୍ଲୀ ଗାଁରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକେ।

ମୃତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ତାଙ୍କ ସ୍ୱାମୀ ଖବର ଦେଇଥିଲେ। ତେବେ ବାପଘର ଲୋକେ ପହଞ୍ଚିବା ବେଳକୁ ଶାଶୁଘର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ବେକରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଏ ନେଇ ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି ।

ଏପଟେ ଘଟଣା ପରେ ମହିଳାଙ୍କ ସ୍ୱାମୀ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଧରି ପୁଲିସର ଜିମା ଦେଇଛନ୍ତି। ତେବେ ସେ ହତ୍ୟା ଏବଂ ଯୌତୁକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

You might also like