ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ରେଲୱେ ଷ୍ଟେସନର ପ୍ଲାଟ୍‌ଫର୍ମ ନମ୍ବର ୧ର ପଛପଟେ ଥିବା ଏକ ଶାଗୁଆନ ଗଛରୁ ଏହି ମୃତଦେହକୁ ଜିଆର୍‌ପି ପୁଲିସ୍‌ ଉଦ୍ଧାର କରିଛି।

ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ିଛି। କାହିଁକି ନା ତାଙ୍କ ମୁଣ୍ଡରେ ସିନ୍ଦୂର ଓ ହାତରେ ଶଙ୍ଖା  ଲଗାଇଥିବା ଦେଖିବାକୁ ମିଳିଛି।

ପାରିପାର୍ଶ୍ୱିକ ପରିସ୍ଥିତିରୁ ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।

You might also like