ଛିନ୍‌ତାଇ ବେଳେ ବାଇକ୍‌ରୁ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବାଲୁଗାଁ: ଛିନ୍‌ତାଇ ବେଳେ ବାଇକ୍‌ରୁ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ଅଞ୍ଚଳରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ମଞ୍ଜୁଲତା ମହାନ୍ତି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ଚିକିଲିରେ।

ଅଭିଯୋଗ ଅନୁସାରେ ଜଣେ ସମ୍ପର୍କୀୟଙ୍କ ସହ ମଞ୍ଜୁଲତା ଖଲ୍ଲିକୋଟରୁ ବାଲୁଗାଁ ଫେରୁ ଥିବାବେଳେ, ନାଭାଲ ଫାଣ୍ଡି ଛକରେ ୨ ଜଣ ଦୁର୍ବୃତ୍ତ ପଛରୁ ବାଇକ୍‌ରେ ଆସି ତାଙ୍କ ବ୍ୟାଗ୍ ଝାମ୍ପି ନେଇଥିଲେ। ଫଳରେ ମହିଳା ଜଣକ ଭାରସାମ୍ୟ ହରାଇ ଗାଡ଼ିରୁ ଖସି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ବାଣପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ମହିଳାଙ୍କୁ ବାଇକ୍‌ରେ ଆଣୁଥିବା ଉକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଥାନାରେ ଅଟକ ରଖି ପଚରାଉଚରା କରିଛି।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like