ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ କରଦାଙ୍ଗି ଗ୍ରାମ ଆମ୍ବତଇଲା ସାହିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମହିଳା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ କହୁଥିବା ବେଳେ ବାପଘର ଲୋକେ କିନ୍ତୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।
କରାଦାଙ୍ଗି ଆମ୍ବତଇଲା ସାହିର ହରିଶ୍ଚନ୍ଦ୍ର ମହାନ୍ତ ତାଙ୍କ ସ୍ତ୍ରୀ ଝୁନୁ ମହାନ୍ତଙ୍କ ସହ ଶନିବାର ସନ୍ଧ୍ୟାରେ ଘରେ ଥିଲେ। ହରିଶ୍ଚନ୍ଦ୍ରଙ୍କ କହିବା ଅନୁଯାୟୀ, ସେ ଘରୁ ବାହାରକୁ ଯାଇଥିବା ବେଳେ ଝୁନୁ ଘରେ ରଶି ଲଗାଇ ଦେଇଥିଲେ। ଘରେ ପହଞ୍ଚି ଏହା ଦେଖି ସାହି ପଡିଶାଙ୍କ ସହଯୋଗେରେ ତାଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା।
ଖବର ପାଇ ରବିବାର ସକାଳେ ଝୁନୁଙ୍କ ବାପଘର ଲୋକେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ତେଲକୋଇ ପୋଲିସ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛି।