ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ଭୁବନେଶ୍ୱର: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର। ଯୁବତୀଙ୍କ ମୋବାଇଲ ଝାମ୍ପିବା ବେଳେ ସ୍କୁଟିରୁ ଖସି ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ। ଯାହା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ୍। ସ୍କୁଟି ଚଳାଇ ଏକୁଟିଆ ଯାଉଥିବା ଯୁବତୀଙ୍କୁ ଲୁଟେରା ଟାର୍ଗେଟ କରିଥିଲା। ତେବେ ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ନେଇ ଦୁର୍ବୃତ୍ତମାନେ ପଳାଇଥିଲା।

ଦୁର୍ବୃତ୍ତର ଆକ୍ରମଣରେ ଭାରସାମ୍ୟ ହରାଇ ଯୁବତୀ ଜଣଙ୍କ ଖସି ପଡିଥିଲେ। ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇଥିଲେ। ପରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଛନ୍ତି। ତେବେ ଘଟଣା ସଂପର୍କରେ ମଞ୍ଚେଶ୍ୱର ଥାନାରେ ଯୁବତୀଙ୍କ ବାପା ଏତଲା କରିଛନ୍ତି।

You might also like