ଡିବିରି ନିଆଁ କରିଦେଲା ଛାରଖାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ତାଳପଦା ଗାଁରେ ଡିବିରିରୁ ନିଆଁ ଲାଗି ଏକ ଘଣ ଭଷ୍ମ ହୋଇଯାଇଛି। ଏହି ଘଟଣାରେ ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇଛନ୍ତି। ମହିଳା ଜଣକ ହେଲେ କାଲା ସିଂହଙ୍କ ସ୍ତ୍ରୀ କବି ସିଂହ।

କବିଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

You might also like