• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଞ୍ଜାମ : ବିବାହ ପ୍ରସ୍ତାବ ଭାଙ୍ଗିବାରୁ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ବର୍ତ୍ତମାନ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇ ଜୀବନ ସହ ଲଢ଼େଇ କରୁଛନ୍ତି।

ସୂଚନା ଅନୁସାରେ, ଆସନ୍ତା ଫେବୃଆରୀ ୨ ତାରିଖରେ ଯୁବତୀ ଜଣକ ହାତକୁ ଦିହାତ ହୋଇଥାଆନ୍ତେ । ହେଲେ ଗତ କିଛିଦିନ ତଳେ ଯୁବତୀଙ୍କ  ନାମରେ ଅପପ୍ରଚାର କରାଯାଇ  ଲିଫଲେଣ୍ଟ ବଣ୍ଟାଯାଇଥିଲା। ବିବାହ ଠିକ ହୋଇଥିବା ବରପକ୍ଷଙ୍କ ନିକଟରେ ମଧ୍ୟ ଲିଫଲେଟ୍ ଗୁଡ଼ିକ ପହଞ୍ଚି ଯାଇଥିଲା। କେବଳ ଏତିକି ନୁହେଁ ବରକୁ କନ୍ୟା ସମ୍ପର୍କରେ ଅନ୍ୟ ଯୁବକ ସହିତ ଅନୈତିକ ସମ୍ପର୍କ ଥିବା ନେଇ ମଧ୍ୟ ଫୋନ ଯୋଗେ ଖବର ଦିଆଯାଇଥିଲା।

ଗତ ୨୮ ତାରିଖରେ ଲିଫଲେଟଟି ପୁଅ ଘର ଗାଁରେ ବଣ୍ଟନ କରିବା ପରେ ଦୁଇ ଦିନ ବ୍ୟବଧାନରେ ଗତ ୩୦ ତାରିଖରେ ପୁଅ ଘର ଲୋକେ ବିବାହ ଭାଙ୍ଗି ଦେଇଥିଲେ। ବବାହ ଭାଙ୍ଗିବା ପରେ କନ୍ୟା ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅପପ୍ରଚାର କରିଥିବା ଗ୍ରାମର ଦୁଇ ଯୁବକଙ୍କ ଏଥିରେ ସମ୍ପୃକ୍ତ ଥିବା ନେଇ ମଧ୍ୟ ଏତଲାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ।

ପୁଲିସ ଏକ ମାମଲା ରୁଜୁ କରିବା ସହ  ଏ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଥିଲେ। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହି ଘଟଣା ପରେ ଭାରସାମ୍ୟ ହରାଇ ବସିଥିଲେ ଯୁବତୀ ଜଣକ । ଆଜି ସକାଳେ ଯୁବତୀ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ବର୍ଗ ଯୁବତୀ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରି ଚିକିତ୍ସିତ କରାଉଥିବା ଜଣାପଡିଛି।

 

 

 

 

 

 

Woman-committed-suicide-after-marriage-broken-in-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories