ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ

ପୁରୀ : ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଜଣେ ମହିଳାଙ୍କ ହୋଇଛନ୍ତି ଏହି ଠକେଇର ଶିକାର।

ସୂଚନା ଅନୁସାରେ, ୨ଜଣ ଯୁବକ ସୋଶାଲ ମିଡିଆରେ ଜଣେ ମହିଳାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା କରିଥିଲେ। ପରେ ମହିଳାଙ୍କ ଠାରୁ ୪୧ ଲକ୍ଷ ଠକେଇ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାଇଜେରିଆ ନାଗରିକ ଥିବା ବେଳେ ଅନ୍ୟଜଣେ ଦିଲ୍ଲୀର ପୀୟୂଷ ଆରାୟା। କେମିତି ସେମାନେ ସୋଶାଲ ମିଡିଆରେ ଠକେଇର ଜାଲ ବିଛେଇଥିଲେ ଆସନ୍ତୁ ଜାଣିବା।

ପ୍ରଥମେ ଏକ ନକଲି ଆଇଡି କରି ଏମାନେ ମହିଳାଙ୍କ ଠାରୁ ଠକେଇ କରିଥିଲେ। ପ୍ରଥମେ ମହିଳାଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଲାପଟପ୍ ଓ କିଛି ଗହଣା ଦେଇଥିଲେ।

ଏହାପରେ ମହିଳାଙ୍କ ଠାରୁ ୪୧ ଲକ୍ଷ ଠକି ନେଇଥିଲେ। ଏଥିନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ୨ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଛି।  ଅଭିଯୁକ୍ତ ଦୁଇଜଣଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କଟକ ଆଣି କୋର୍ଟରେ ହାଜର କରାଯାଇଛି।

 

 

You might also like