ନିଆଁରେ ଜିଅନ୍ତା ପୋଡିଗଲେ ମହିଳା

କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

 ମୟୂରଭଞ୍ଜ : ନିଆଁରେ ଜିଅନ୍ତା ପୋଡିଗଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚୁଆପାଣି ଗାଁରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ପାଂଚଟା ସମୟରେ ଗାଁର ଦିନକୃଷ୍ଣ ଗିରିଙ୍କ ଘରେ ହଠାତ ଚିତ୍କାର ଶୁଣିବାକୁ ମିଳିଥିଲା।

ଘରେ କେହି ନଥିବାବେଳେ, ଗ୍ରାମବାସୀ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଏହି ସମୟରେ ଜଣେ ମହିଳାଙ୍କ ଦେହରେ ନିଆଁ ଜଳୁଥିବା ଦେଖିଥିଲେ। ତେବେ ସେ ପ୍ରାଣ ହରାଇଥିବାରୁ ଗ୍ରାମବାସୀ ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲା।

ମୃତ ମହିଳା ହେଲେ ସତ୍ୟଭାମା ଗିରି। ତେବେ ତାଙ୍କ ଦେହରେ କିଏ ନିଆଁ ଲଗାଇଲା ନା ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ କିମ୍ବା ମହିଳାଙ୍କ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like