ଡେଲ୍ଟା ଛକରେ ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ
ଭୁବନେଶ୍ୱର: ରାଜଧାନୀ ରାତିରେ ମାତାଲ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ବାରଣ କରିବାରୁ ଲୋକଙ୍କୁ ଗାଳିଗୁଲଜ। ଆଉ ଶେଷରେ ପୁଲିସ ଆସି ଯୁବତୀଙ୍କୁ ନେଇଯାଇଛି।
ଆହୁରି ପଢ଼ନ୍ତୁ
ମିଳିଥିବା ସୂଚନା ଅନୁଯାୟୀ ,ଆଜି ରାତିରେ ଜଣେ ଯୁବତୀ ୟୁନିଟ୍-୮ର ଡେଲ୍ଟା ଛକରେ ମଦ୍ୟ ପାନ କରି ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ। ଯୁବତୀଙ୍କ ଏମିତି ବ୍ୟବହାରକୁ ଦେଖି ସ୍ଥାନୀୟ ଲୋକେ ବିରୋଧ କରିବାରୁ ଯୁବତୀ ଜଣକ ସେମାନଙ୍କୁ ଗାଳି ଗୁଲଜ କରିଥିଲେ। ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଘଟଣାସ୍ଥଳରୁ ଯୁବତୀଙ୍କୁ ଖଣ୍ଡଗିରି ପୁଲିସ ନେଇ ଯାଇଥିଲା।