ବାହା ହେବାକୁ କହି ଶାରୀରିକ ସଂପର୍କ ରଖିଲେ, ଯୁବତୀଙ୍କୁ ଠକିଦେଲେ

ସୋର : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ପରେ ପ୍ରତାରଣା। ଯୁବକଙ୍କ ଘରୁ ନିର୍ଯାତିତ ହୋଇ ଯୁବତୀ ଫେରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର।

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଞ୍ଚଳରେ। ଅଭିଯୋଗ ଅନୁସାରେ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଏମିତିକି ଉଭୟ ଦୀର୍ଘ ଦିନ ଧରି ଗୋଟିଏ ଘରେ ରହିଥିଲେ। ପରେ ଅନନ୍ତ ତାଙ୍କୁ ବିବାହ କରିବାକୁ ମନା କରିଥିଲେ। ବିବାହ ପାଇଁ ମନା କରିବାରୁ ଯୁବତୀ ଜଣକ ବାହାନଗା ଆସି ଅନନ୍ତଙ୍କ ଘର ଲୋକଙ୍କୁ ଜଣାଇଥିଲେ।

ତେବେ ଅନନ୍ତଙ୍କ ପରିବାର ଲୋକେ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଧକ୍କା ମାରି ବିଦା କରି ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

You might also like