ଗଞ୍ଜାମ: ଘର କାମଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳା ବି ପୁରୁଷଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରନ୍ତି। ଏହି କଥାକୁ ଗଞ୍ଜାମ ଆସିକା ଅଞ୍ଚଳର ଝିଲ୍ଲୀ ସ୍ୱାଇଁ ପ୍ରମାଣ କରି ଦେଖାଇଛନ୍ତି। ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ବ୍ୟବହାର ପାଇଁ ସମସ୍ତ ଯାତ୍ରୀ ତାଙ୍କ ଅଟୋକୁ ହିଁ ଅପେକ୍ଷା କରି ରହିଥାନ୍ତି।(image)
ନାଁ ତାଙ୍କର ଝିଲ୍ଲୀ ସ୍ୱାଇଁ। ମହିଳା ହେଲେ ବି ସେ ଅଟୋ ଚଳାଇବାରେ ପୂରା ମାହିର୍। ପୁରୁଷ ଅଟୋ ଚାଳକଙ୍କଠାରୁ ଝିଲ୍ଲୀକୌଣସି ଗୁଣରେ କମ୍ ନୁହଁନ୍ତି। ବ୍ୟବହାର ଯେମିତି, କାମ ବି ତାଙ୍କର ସେମିତି। ଏଥିପାଇଁ ଲୋକମାନେ ଖୋଜନ୍ତି ଝିଲ୍ଲୀ ଅଟୋକୁ। ଆସିକା ବସ୍ଷ୍ଟାଣ୍ଡରେ ଝିଲ୍ଲୀଙ୍କ ଅଟୋ ଲାଗିଲା ମାତ୍ରେ ଲୋକେ ନିର୍ଦ୍ୱନ୍ଦରେ ବସିପଡ଼ନ୍ତି। କାହିଁକି ନା ଯାତ୍ରୀଙ୍କଠାରୁ ସେ ଉଚିତ୍ ମୂଲ୍ୟ ନେଇଥାନ୍ତି। ଦରକାର ପଡ଼ିଲେ ଗରିବ କିମ୍ବା ରୋଗୀଙ୍କ ପ୍ରତି ସେ ସହାନୁଭୂତି ଦେଖାଇଥାନ୍ତି ବୋଲି ଯାତ୍ରୀ କୁହନ୍ତି। (image)
ଝିଲ୍ଲୀଙ୍କ ଘର ଆସିକା ବସଷ୍ଟାଣ୍ଡ ଅଞ୍ଚଳରେ। ଘରେ ତାଙ୍କର ଦୁଇଟି ପୁଅ ଅଛନ୍ତି। ସ୍ୱାମୀ କଟକରେ ରହୁଥିବା ବେଳେ ଗତ ୭ ବର୍ଷ ହେଲା ପରିବାର ପୋଷଣ ପାଇଁ ଟଙ୍କାଟିଏ ବି ପଠାଇ ନାହାନ୍ତି। ପ୍ରଥମେ ମୂଲ ଲାଗି ପିଲାଛୁଆଙ୍କ ମୁହଁରେ ଝିଲ୍ଲୀ ଆହାର ଦେଉଥିଲେ। ହେଲେ ଦେହ ଖରାପ ହେବାରୁ ଭାରୀ କାମ ନକରି ପାରି, ଶେଷରେ ଅଟୋ ଚଳାଇ ପରିବାର ପୋଷଣ କରୁଛନ୍ତି। ଏପରିକି ସ୍ଥାନୀୟ ଅଟୋ ସଂଘ ଝିଲ୍ଲୀଙ୍କୁ ସହାନୁଭୂତି ଦେଖାଇଛି। ଆଉ ତାଙ୍କର ଏଭଳି ଉଦ୍ୟମକୁ ସବୁ ବର୍ଗରୁ ପ୍ରଂଶସା କରାଯାଇଛି। (image)
(ଆସ୍କାରୁ ମନୋଜ ମୁନୀଙ୍କ ରିପୋର୍ଟ)
https://youtu.be/6EGdF45bJgc
Published By: Odishatv Bureau
Last updated: 25 September 2018, 11:22 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।