ସ୍ୱାମୀର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ ନେଲା ଏମିତି ଚରମ ପଦକ୍ଷେପ
ସାଲେପୁର: ସ୍ୱାମୀର ଆତ୍ମହତ୍ୟା ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାହାଙ୍ଗା ଥାନା ଅନ୍ତର୍ଗତ ପୋତରା-ପ୍ରହରାଜପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ଦୋକାନରୁ ମିଳିଥିଲା। ସ୍ୱାମୀର ମୃତ୍ୟୁ ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ କଟକ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ସମ୍ପୃକ୍ତ ବ୍ୟକ୍ତିଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ସୂଚନାଥାଉ କି, ଗତ ମାର୍ଚ୍ଚରେ ସେମାନଙ୍କର ବିବାହ ହୋଇଥିଲା।