ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ସୁନ୍ଦରଗଡ଼: ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମାରା ଗାଁରେ ଏହି ଘଟଣା ଘଟିଛି।

ମହିଳାଙ୍କ ଦୁଇ ହାତର ଆଙ୍ଗୁଳି ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ହେବ ଉକ୍ତ ମହିଳାଙ୍କ ପଡ଼ୋଶୀ ରାମ ବାରିକଙ୍କ ପରିବାର ତାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏମିତିକି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଡାହାଣୀ ବୋଲି ଡାକୁ ଥିଲେ। ଏପରିକି ଉକ୍ତ ମହିଳାଙ୍କ ଯୋଗୁ ତାଙ୍କ ପରିବାରର କେହି ଭଲରେ ରହି ପାରୁ ନଥିବା ରାମ ଅଭିଯୋଗ କରି ଆସୁଥିଲେ।

ଆଜି ସକାଳେ ମହିଳାଙ୍କ ସହ ରାମଙ୍କ ଝିଅର ବଚସା ହୋଇଥିଲା। ଏହାପରେ ତାଙ୍କର ପୂରା ପରିବାର ଦୁଃଖୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା।

ଏନେଇ ଉକ୍ତ ମହିଳାଙ୍କ ପୁଅ ବଡ଼ଗାଁ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ରାମ ବାରିକ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅକୁ ଅଟକ ରଖିଛି।

You might also like