ଭୁବନେଶ୍ୱରରେ ଚାକିରି କରାଇ ଦେବା ନାଁରେ ଠକୁଥିଲେ ଦିବ୍ୟା…
ଭୁବନେଶ୍ୱର: ରାଜଧାନୀରେ ଚାକିରି କରାଇ ଦେବାକୁ କହି ଠକୁଥିଲେ ଦିବ୍ୟା । ଖାଲି ଠକୁନଥିଲେ ଟଙ୍କା,ସାର୍ଟିଫିକେଟ୍ ମଧ୍ୟ ନେଇ ଯାଉଥିଲେ। ଆଉ ଯଦି କେହି ଫୋନ୍ କରୁଥିଲେ ସେ ତାଙ୍କ ଫୋନ୍ ଉଠାଉନଥିଲେ। ତାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ୨ଜଣ ଯୁବତୀ।
ଭୁବନେଶ୍ୱରରେ ଚାକିରି କରାଇ ଦେବାକୁ କହି ଦିବ୍ୟା ଭାରତୀ ଜେନା ନାମକ ଜଣେ ମହିଳା ୨ଜଣ ଝିଅଙ୍କ ଠାରୁ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରିଛି।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବାଲିଡିହା ଗାଁର ୨ଜଣ ଝିଅକୁ ଚାକିରୀ କରାଇ ଦେବା ନାଁରେ ଉକ୍ତ ମହିଳା ଜଣକ ୨୦ ହଜାର ଟଙ୍କା ସମସ୍ତ ସାର୍ଟିଫିକେଟ ଠକି ନେଇଥିଲେ। ପରେ ସେମାନେ ତାଙ୍କୁ ଫୋନ୍ କରିବାରୁ ସେ ଫୋନ୍ ଉଠାଇ ନଥିଲେ। ଏନେଇ ଥାନାରେ ମାମଲା ରୁଜୁ କରାଯିବା ପରେ ପୁଲିସ୍ ଉକ୍ତ ମହିଳାଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରି ଦେଇଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଫେରାର ଅଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ୍ ତଦନ୍ତ ଚଳାଇଛି।