ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିରାସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପାରିବାରିକ କଳହକୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ମୃତକ ମହିଳାଙ୍କ ନାଁ ସନ୍ଧ୍ୟା ବିଶୋଇ। ସେ ୫ ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୫ ମାସର ଶିଶୁ ଅଛି।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରି ମେଡିକାଲ୍କୁ ନେଇଥିଲେ। ଡାକ୍ତର ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଛି।