ପଥରରେ ଛେଚି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି।  ମୟୂରଭଞ୍ଜ କପ୍ତିପଦା ଥାନା ମହୁଲପଙ୍ଖା ଗାଁରେ ଏହି ଅଘଟଣ ଘଟିଛି।

ଗାଁର ଟୁନା ବେସ୍ରା ଓ ସ୍ତ୍ରୀ ଚମ୍ପା ବେସ୍ରାଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ଚମ୍ପା ସ୍ୱାମୀ ଟୁନାର ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଏଥିସହ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିଲା। ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡାକ୍ତରଖାନାରେ ଟୁନାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଚମ୍ପା ଚିକିତ୍ସିତ ହେଉଛନ୍ତି।

You might also like