ମା’ ବିକିଦଲା ଛୁଆକୁ, ଦାମ୍‌ ୨୦ ହଜାର

ବାଲେଶ୍ୱର : ୭ ଦିନର ଛୁଆକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମାଆ। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି। ନିଜର ଗରିବୀ ପାଇଁ ମାଆ ନିଜର ଛୁଆକୁ ବିକ୍ରି କରିଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛି।

ବାଲେଶ୍ୱର ଟାଉନ୍‌ ଦର୍ଘା ମଇଦାନରେ ରୁହନ୍ତି ପାପା(ଛଦ୍ମନାମ)। ତାଙ୍କ ପରିବାର କହିଲେ ପାପା, ତାଙ୍କ ସ୍ତ୍ରୀ ଓ ୭ ପିଲା। କାମ-ଦାମ କରି ଚଳନ୍ତି ପୂରା ପରିବାର। ୭ ଦିନ ତଳେ ପାପାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଦାରିଦ୍ର୍ୟ କାରଣରୁ ସେ ନିଜର ନବଜାତ ଶିଶୁକୁ ୨୦ ହଜାର ଟଙ୍କାରେ ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ। ଏପରି କାର୍ଯ୍ୟକୁ ତାଙ୍କ ପରିବାରର ଅନ୍ୟ ଲୋକେ ଓ ପଡ଼ୋଶୀ ବିରୋଧ କରିଥିଲେ। ଯାହା ଫଳରେ ପିଲା ନେବାକୁ ଚାହୁଁଥିବା ବ୍ୟକ୍ତି ଜଣକ ନବଜାତ ଶିଶୁଟିକୁ ନେଇପାରୁ ନ ଥିଲେ। ଆଜି ଘରେ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ୨୦ ହଜାର ଟଙ୍କା ଦେଇ ପିଲା ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁ ହୋହଲ୍ଲା ହୋଇଥିଲା। ପରେ ଖବର ଗଣମାଧ୍ୟମକୁ ଆସିଥିଲା।

ଅନ୍ୟପକ୍ଷରେ ଗରିବୀ ପାଇଁ ବିକ୍ରି କରିଥିବା ପିଲା ମାଆ ସ୍ୱୀକାର କରିଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଆହୁରି ପଢ଼ନ୍ତୁ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

You might also like