ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ। ଚାକିରି କରାଇଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଜୟ କୁମାରକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ଯୁବତୀ ଜଣଙ୍କ ଘରୋଇ ଫାଇନାନ୍ସ କଂପାନିରେ ଚାକିରି ବାହାରି ଥିବା ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ ଭୁବନେଶ୍ୱର ଆସିଥିଲେ। ଏହି ଫାଇନାନ୍ସ କଂପାନିର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜୟ କୁମାର ଯୁବତୀଙ୍କୁ ସାକ୍ଷାତକାର ଦେବାକୁ ହେବ କହି ଭୁବନେଶ୍ୱର ଡାକିଥିଲେ। ଆଉ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।