୩ ଛୁଆଙ୍କୁ ବିଷ ପିଆଇ ମାଆର ଆତ୍ମହତ୍ୟା ଉଦ୍ୟମ। ୨ ଶିଶୁ ମୃତ

୩ ପିଲାଙ୍କୁ ବିଷ ଦେଲା ମାଆ; ୨ ମୃତ

  • ୩ ପିଲାଙ୍କୁ ବିଷ ଦେଲା ମାଆ; ୨ ମୃତ
  • ୩ ଛୁଆଙ୍କୁ ବିଷ ପିଆଇ ମାଆର ଆତ୍ମହତ୍ୟା ଉଦ୍ୟମ
  • ମୃତ ଦୁଇ ପିଲାଙ୍କ ବୟସ ୨ ଓ ୩ ବର୍ଷ; ଗୁରୁତର ଝିଅ ବର୍ଷକର
  • ୪ ଜଣଙ୍କୁ ଘର ଭିତରେ ମୁମୂର୍ଷୁ ଅବସ୍ଥାରେ ଦେଖିଥିଲେ ସଂପର୍କୀୟ
  • ୪ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ
  • ମହିଳା ଜଣଙ୍କ ଦିନ ମଜୁରିଆ; ଏଭଳି କାଣ୍ଡ ପଛର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ୩ ଛୁଆଙ୍କୁ ବିଷ ପିଆଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ। ବିଷ ପିଇବା ଦ୍ୱାରା ୨ ଶିଶୁଙ୍କ ଜୀବନ ଯାଇଛି। ଭୁବନେଶ୍ୱର ଚନ୍ଦକା ଥାନା ମେଣ୍ଢାଶାଳ ବିଞ୍ଝଗିରିରେ ଘଟିଛି ଏହି ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ୨ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ, ଝିଅ ଗୁରୁତର ଅଛନ୍ତି। ମୃତ ଦୁଇ ପିଲାଙ୍କ ବୟସ ୨ ଓ ୩ ବର୍ଷ ବୋଲି ସୂଚନା ମିଳିଛି। ଗୁରୁତର ଥିବା ଝିଅ ବର୍ଷକର ରହିଛି। ୪ ଜଣଙ୍କୁ ଘର ଭିତରେ ମୁମୂର୍ଷୁ ଅବସ୍ଥାରେ ଦେଖିଥିଲେ ସଂପର୍କୀୟ। ପରେ ୪ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳା ଜଣଙ୍କ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ତେବେ ଏଭଳି କାଣ୍ଡ ପଛର କାରଣ ଜଣାପଡ଼ିନାହିଁ।

 

You might also like