ଯୌତୁକ ଯାତନା: ଯାଆ,ନଣନ୍ଦ ଓ ଶାଶୂ ମିଶି ନବବଧୂର ତଣ୍ଟି କାଟିଦେଲେ !

ଯାଜପୁର: ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ନିଶାରେ ଏମାନେ ଯେ କେତେ ନିଷ୍ଠୁର ହୋଇପାରନ୍ତି ତାହା କଳ୍ପନାର ବାହାରେ। ଏହି ନିଷ୍ଠୁରତାର ଆଉ ଏକ ପରିଣତି ଦେଖିବାକୁ ମିଳିଛି ଜିଲ୍ଲା ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରୁ। ଏଠାରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି।

ଆଉ ଏହି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ। ତାଙ୍କ ଭଉଣୀକୁ ଶାଶୁଘର ଲୋକେ ମାରିଥିବା ଅଭିଯୋଗ ସେ କରିଛନ୍ତି। ମହିଳାଙ୍କ ଯାଆ, ନଣନ୍ଦ, ଶାଶୂ ତଣ୍ଟି କାଟି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବା ବେଳେ ହତ୍ୟାକାଣ୍ଡ ବେଳେ ଶ୍ୱଶୁର ନଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି। ଘଟଣାର ଛାନଭିନ୍ ପାଇଁ ପୁଲିସ୍, ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳକୁ ଯାଉଛି।

You might also like