• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

କେନ୍ଦ୍ରାପଡ଼ା: ଥମୁନି ଲଜ୍ଜା। ଗଣ ଦୁଷ୍କର୍ମର ଅନେକ ଲୋମହର୍ଷଣକାରୀ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି।

ଜଣେ ବିଧବା ମହିଳାଙ୍କୁ ୬ ଜଣ ବ୍ୟକ୍ତି ଗଣ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୋଗ ଅନୁସାରେ ଚାଷ କାମରେ ସହଯୋଗ କରିବା ଲାଗି ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଜଣେ ମହିଳା, ତାଙ୍କ ଝିଅ ଓ ଜ୍ୱାଇଁଙ୍କୁ ଡାକି ଆଣିଥିଲେ। ଗତ ଶୁକ୍ରବାର ରାତିରେ ୬ ଜଣ ଲୋକ ପୁଲିସ୍‌ର ପରିଚୟ ଦେଇ ପୀଡ଼ିତାଙ୍କ ଭଡ଼ା ଘରକୁ ଆସିଥିଲେ।

ସେଠାରେ ପୀଡ଼ିତା, ତାଙ୍କ ଝିଅ ଓ ଜ୍ୱାଇଁ ଏବଂ ସେମାନଙ୍କୁ ଡାକିଥିବା ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ପରେ ସେମାନେ ମହିଳା, ତାଙ୍କ ଜ୍ୱାଇଁ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ଗାଡିରେ ଅନ୍ୟ ଏକ ସ୍ଥାନକୁ ଆଣିଥିଲେ। ସେଠାରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ସେପଟେ ଗୁରୁତର ହୋଇପଡିଥିବା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Woman-allegedly-gang-raped-in-kendrapara-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories