ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁର୍ଷ୍କମ ଅଭିଯୋଗ

ବାଲିଗୁଡ଼ା(ଅଜିତ ନାୟକ): ଜଙ୍ଗଲରେ ସଲପ ରସ ପିଆଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ-ଅଶେଫ ବଡମାଝି ଏବଂ ନିଳାମ୍ବର ବଡ ମାଝି।

ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ଅଶେଫ, ନିଳାମ୍ବର ଗାଁର ଦୁଇ ଜଣ ମହିଳା ଓ ପୀଡିତାଙ୍କ ସହ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ସମସ୍ତେ ସଲପ ରସ ପିଇଥିଲେ। ଏହାପରେ ଅନ୍ୟ ଦୁଇ ଜଣ ମହିଳା କୌଣସି ପ୍ରକାରେ ଘରେ ପହଞ୍ଚିଥିବା ବେଳେ ସଲପ ରସ ପିଇବା ପରେ ସମ୍ପୃକ୍ତ ଯୁବତୀଙ୍କୁ ନିଶା ହୋଇଯାଇଥିଲା। ଫଳରେ ସେ ଘରକୁ ଫେରି ପାରିନଥିଲେ। ଏହାର ସୁଯୋଗ ନେଇ ଅଶେଫ, ନିଳାମ୍ବର ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ।

ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

You might also like