• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବାରିପଦା: ମା’କୁ ପିଟି ପିଟି ମାରିଦେଲେ ୨ ପୁଅ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରୁ ଏଭଳି ଅଭିଯୋଗ ଆସିଛି।  ମୃତକ ହେଲେ ତୁଳସୀ ସିଂ।

ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’ ତୁଳସୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲେ ଦୁଇ ପୁଅ। ଏହି ସମୟରେ ତୁଳସୀଙ୍କ ସ୍ୱାମୀ ଘରେ ନଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ସାନ ପୁଅ ଘଟଣା ସମ୍ପର୍କରେ କହିଥିଲେ। 

ପୁଅମାନଙ୍କଠୁ ମାଡ଼ ଖାଇବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ତୁଳସୀ ରାତିରେ ଶୋଇ ପଡ଼ିଥିଲେ। ହେଲେ ସକାଳୁ ଜଣାପଡ଼ିଥିଲା ଯେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Woman-allegedly-beaten-to-death-by-her-two-inebriated-sons
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories