ଭୁବନେଶ୍ୱର : ଟିକାକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଉତ୍ସାହ ବଢ଼ାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ। ଯେଉଁ ଦୋକାନୀ ଓ କର୍ମଚାରୀ ଟିକା ନେଇ ନ ଥିବେ, ସେମାନେ ଦୋକାନ ଖୋଲି ପାରିବେ ନାହିଁ ବୋଲି ସୁନ୍ଦରଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଲୋକଙ୍କୁ ସଚେତନ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି ।

ସେହିପରି ପୂର୍ବରୁ ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍‌ରୁ ଖାଇବା ଅର୍ଡର କଲେ ସେମାନଙ୍କୁ ୫% ଡିସ୍‌କାଉଣ୍ଟ୍‌ ବ୍ୟବସ୍ଥା କରାଯାଇଥିଲା।ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହି ନିଆରା ସଚେତନତା ଦେଖିବାକୁ ମିଳିଥିଲା। ହିଞ୍ଜିଳି ସହରରେ ଅନେକ ଦୋକାନୀ  କୋଭିଡ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏଭଳି ଡିସ୍‌କାଉଣ୍ଟ୍‌ ଦେଉଥିଲେ। ଏଭଳି କରି ଦୋକାନୀମାନେ ଟିକା ନେବାକୁ ଲୋକଙ୍କୁ ସଚେତନ କରାଉଥିଲେ। ଗ୍ରୋସରୀ ଦୋକାନ ସହ ଲୁଗା ଦୋକାନୀ ଓ ହୋଟେଲଗୁଡ଼ିକ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ।

ଆହୁରି ପଢନ୍ତୁ : ଓଡ଼ିଶାରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା

ଗ୍ରାହକ ସାମଗ୍ରୀ କିଣିବା ପରେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା ପ୍ରମାଣ ପତ୍ର ଦେଖାଇଲେ ସେମାନଙ୍କୁ କିଣିଥିବା ସାମଗ୍ରୀର ଦର ଉପରେ ଦୋକାନୀ ୫% ଡିସ୍‌କାଉଣ୍ଟ ଦେଉଥିଲେ। ବ୍ୟବସାୟୀଙ୍କ ଏଭଳି ଉଦ୍ୟମ ଯୋଗୁଁ ଟିକା ନେବାକୁ ଚାହୁଁ ନ ଥିବା ବ୍ୟକ୍ତି ସଚେତନ ହେଉଥିଲେ।

Other Stories