“ମୋବାଇଲକୁ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ”

ମ୍ୟାସେଜ୍‌ ଆସିଲେ ଆସନ୍ତୁ

  • ବିନା ସୂଚନାରେ ଆସନି
  • ପୂର୍ବ ସୂଚନା ବିନା ଯାଆନ୍ତୁ ନାହିଁ ଟିକାକରଣ କେନ୍ଦ୍ର
  • ମୋବାଇଲ୍ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ
  • ବିନା ସୂଚନାରେ ଟିକାଦାନ କେନ୍ଦ୍ର ନଯିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
  • ଟିକାକରଣ କେନ୍ଦ୍ରରେ ଅଯଥା ଭିଡ଼ ନକରିବାକୁ ଲୋକଙ୍କୁ ପରାମର୍ଶ

ଭୁବନେଶ୍ୱର: ପୂର୍ବ ସୂଚନା ବିନା ଯାଆନ୍ତୁ ନାହିଁ ଟିକାକରଣ କେନ୍ଦ୍ର। ବିନା ମୋବାଇଲ୍ ମେସେଜ୍ କିମ୍ବା ପୂର୍ବ ସୂଚନାରେ ଟିକାଦାନ କେନ୍ଦ୍ର ନଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ। କୋଭିଡ୍ ନିୟମ ଅନୁପାଳନ, ଟିକାଦାନ, କୋଭିଡ୍ ଟେଷ୍ଟିଂ ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା ବେଳେ ସଟଡାଉନ୍‌ ନିୟମ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୋଲିସ ଓ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍‌ ବେଳେ ଟିକାକରଣ ଜାରି ରହିଛି। ତେବେ ବିନା ପୂର୍ବ ସୂଚନାରେ କେହି ବି ଭ୍ୟାକ୍ସିନେସନ ସେଣ୍ଟର ଯାଇ ଅଯଥା ଭିଡ଼ ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ।

ସେପଟେ, ଟିକାକରଣ କେନ୍ଦ୍ରରେ ଅଯଥା ଭିଡ଼ ନ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ କଥାକୁ ଦୋହରାଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ। ସେ କହିଛନ୍ତି ଯେ,  ବିନା ରେଜିଷ୍ଟ୍ରେସନରେ ଭ୍ୟାକ୍ସିନେସନ ସେଣ୍ଟରକୁ ଯାଇ ଲୋକେ ଅଯଥା ଭିଡ଼ କରି କୋଭିଡ୍ ନିୟମର ଉଲ୍ଲଙ୍ଘନ କରୁଛନ୍ତି। ଭିଡ଼ ଯୋଗୁଁ ନିଜେ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି। ତେବେ ସଂକ୍ରମଣରୁ ବର୍ତ୍ତିବା ସହ ଟିକାକରଣ କେନ୍ଦ୍ରରେ ଭିଡ଼ କମାଇବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ। ପ୍ରଥମେ ରେଜିଷ୍ଟ୍ରେସନ କରି ପରେ ସୂଚନା ମିଳିଲେ ଟିକାକରଣ କେନ୍ଦ୍ରକୁ ଯିବା ପାଇଁ କହିଛନ୍ତି ବିଏମସି କମିଶନର।

ଏପଟେ, କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ଦ୍ୱିତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ। ଆସନ୍ତା ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ କଟକଣା ବଳବତ୍ତର ରହିବ। ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେବଳ ମେଡିକାଲ ଓ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସବୁ ଆତଯାତ ବନ୍ଦ ରହିଛି।ଲକଡାଉନ୍‌ସମୟରେ ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ତେବେ ଲୋକଙ୍କ ଲାଗି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି।

You might also like