ପାସ୍‌ ନଆଣିଲେ ଓଡ଼ିଶାରେ ପ୍ରବାସୀଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ଅନ୍ୟ ରାଜ୍ୟରେ ଅଟକି ଥିବା ଓଡ଼ିଶାର ଲୋକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥାନ୍ତି ତା’ହେଲେ ସେମାନେ ସେଠାକାର ସରକାର ବା ପ୍ରଶାସନଠୁ ପାସ୍ ଆଣିବା ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଆସିବେ ସେହି ଗାଡ଼ି ସମ୍ପର୍କରେ ଓ ସେଥିରେ ଆସିବାକୁ ଥିବା ଯାତ୍ରୀଙ୍କ ସମ୍ପର୍କରେ ଓଡ଼ିଶା ସରକାରଙ୍କ କୋଭିଡ୍ ୱେବସାଇଟରେ ପଞ୍ଜିକରଣ କରାଇବେ ବୋଲି ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ପ୍ରବେଶ ପାଇଁ ୧୨ଟି ବର୍ଡର ଚେକପଏଣ୍ଟ ହୋଇଛି। ସେଠାରେ ସମସ୍ତ ଗାଡ଼ି ଓ ଯାତ୍ରୀଙ୍କ ସମ୍ପର୍କରେ ଯାଂଚ କରାଯିବ। ପଞ୍ଜିକୃତ ହୋଇଥିବା ଯାତ୍ରୀ ଓ ଗାଡ଼ି ସମ୍ପର୍କରେ ସୂଚନା ପୂର୍ବରୁ ବର୍ଡର ଚେକପଏଣ୍ଟରେ ମୁତୟନ ହୋଇଥିବା କର୍ମଚାରୀମାନଙ୍କ ପାଖରେ ଉପଲବ୍ଧ ରହିଥିବ। ସେଠାରେ ଆବଶ୍ୟକ ଯାଂଚ ପରେ ସମସ୍ତ ଯାତ୍ରୀଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ଲଗାଯିବ। ଆଉ ସେମାନେ ଆସୁଥିବା ଗାଡ଼ିକୁ ରୁଟ୍ ଚାର୍ଟ ପ୍ରଦାନ କରାଯିବ। ସେଥିରେ ସ୍ପଷ୍ଟ ଭାବେ ଗାଡ଼ି କେଉଁ ସ୍ଥାନକୁ ଯିବ ଓ କେଉଁ ବାଟ ଦେଇ ଯିବ ତାହା ଉଲ୍ଲେଖ ରହିବ।

ଏହାବ୍ୟତୀତ ଏହି ପୋର୍ଟାଲ ମାଧ୍ୟମରେ ମଧ୍ୟ ଜିଲ୍ଲାପାଳ ଓ ଏସପିମାନେ ସେମାନଙ୍କ ଜିଲ୍ଲାକୁ କେଉଁ ରାଜ୍ୟରୁୁ କେତେ ଲୋକ କେଉଁଦିନ ଆସିବେ ତାହା ଯାଂଚ କରି ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ଆଗୁଆ ଆବଶ୍ୟକ ବ୍ୟବସ୍ଥା କରିପାରିବେ।

ଯଦି କୌଣସି ଯାତ୍ରୀ ଅବା ଗାଡ଼ି ପୂର୍ବରୁ ଓଡ଼ିଶା ସରକାରଙ୍କ କୋଭିଡ୍ ପୋର୍ଟାଲରେ ପଞ୍ଜିକରଣ କରିନଥିବେ ତା’ହେଲେ ସେହି ବର୍ଡର ଚେକପଏଣ୍ଟରେ ଏହା କରିବାର ସୁବିଧା ପାଇବେ। ମାତ୍ର ପୂର୍ବରୁ ଏହି ପଞ୍ଜିକରଣ କରାଇ ନେବା ଭଲ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ଯେଉଁ ଯାତ୍ରୀ ବା ଗାଡ଼ି ସେମାନେ ରହୁଥିବା ରାଜ୍ୟରୁ ପାସ୍ ଆଣିନଥିବେ ସେମାନଙ୍କୁ  ଓଡ଼ିଶା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

You might also like