ରେକର୍ଡ ଭାଙ୍ଗିଲା: ରାଜ୍ୟରେ ସୁସ୍ଥ ହେଲେ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଉ ୨୫୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୬ ହଜାର ୯୨୪କୁ ବୃଦ୍ଧି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଅଞ୍ଚଳରୁ କେତେ:-

ଆଜି ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୬୭, ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ା- ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡ଼- ୯୬, ବଲାଙ୍ଗିର- ୮୫, ଢେଙ୍କାନାଳରୁ ୬୧ ସୁସ୍ଥ ହୋଇଛନ୍ତି।

ସେହିପରି କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡ଼, ଜଗତସିଂହପୁରରୁ ୫୩ ଲେଖାଏଁ, ମାଲକାନଗିରିରୁ ୫୨, ଯାଜପୁର- ୪୨, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେବଗଡ଼ରୁ ୧୯ ସୁସ୍ଥ ହୋଇଛନ୍ତି।

You might also like