• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରେଢ଼ାଖୋଲ: ବାଜିରେ ଲାଗିଛି ଜୀବନ। ଉଛୁଳା ପାଣିରେ ପହଁରି ପହଁରି ନଦୀ ପାର୍‌ ହେଉଛନ୍ତି ଲୋକେ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅନ୍ତର୍ଗତ କଣ୍ଡଳ ଗାଁ ନିକଟ ଟିକିରା ନଦୀରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ବର୍ଷ ତମାମ ପାଣିରେ ପହଁରି ପହଁରି ନଦୀ ପାର୍‌ ହୋଇଥାନ୍ତି ଲୋକେ। ଛାତିଏ ପାଣିରେ ପଶି ସାଇକେଲ୍‌ କାନ୍ଧେଇ ଛୋଟଠୁ ବଡ଼ ସମସ୍ତେ ଏହି ନଦୀରେ ପାର୍‌ ହୁଅନ୍ତି।

https://youtu.be/AwZedrzcT3I

ସମସ୍ତ ଦୈନନ୍ଦିନ କାର୍ଯ୍ୟ ପାଇଁ ବଜାରକୁ ଯିବାକୁ ହେଲେ ଏହି ନଦୀ ହିଁ ଏକମାତ୍ର ଭରସା। ଏପରିକି ପିଲାମାନେ ସ୍କୁଲ, କଲେଜ ଯିବା ହେଉ କିମ୍ବା ଅଫିସ୍, ମେଡିକାଲ୍‌ ଯେକୌଣସି କାମ ପଡିଲେ ଆଖପାଖ ୧୦ଟି ଗାଁର ଲୋକ ଏହି ପାଣିରେ ପହଁରି ପହଁରି ନଦୀ ପାର୍‌ ହୋଇ ଯାଇଥାନ୍ତି।

ନିକଟ ମାର୍କେଟ କିମ୍ବା କୌଣସି ଅଫିସ୍ ଯିବା ପାଇଁ ଏହି ନଦୀ ଦେଇ ଯିବାକୁ ୧ କିଲୋମିଟର ପଡ଼େ। କିନ୍ତୁ ଅନ୍ୟ ରାସ୍ତା ଦେଇ ଆସିଲେ ପ୍ରାୟ ୨୦ କିଲୋମିଟର ବୁଲିକି ଯିବାକୁ ପଡ଼ିଥାଏ। ଏହି ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ଏପରିକି ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ, ଲୋକ ପ୍ରତିନିଧି ସମସ୍ତଙ୍କୁ ସମସ୍ୟା ନେଇ ଅବଗତ କରାଯାଇଛି, କିନ୍ତୁ କେହି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

With-no-road-people-of-this-odisha-village-wade-through-river
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories