ଖଟିଅାରେ ବୁହା ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା

ବାଲେଶ୍ୱର : ପୁଣି ଖଟିଅାରେ ବୁହା ହେଲେ ଗର୍ଭବତୀ। ରାସ୍ତା ନ ଥିବାରୁ ଅାସିପାରିଲାନି ୧୦୨ ଅାମ୍ବୁଲାନ୍ସ।  ତେଣୁ ଖଟିଅାରେ ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବିରୁଅା ପଞ୍ଚାୟତର ପଣ୍ଡାସାହି ଗାଁରେ।

ଗାଁର ଜୟନ୍ତୀ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ପରେ ଡାକ୍ତରଖାନା ନେବାପାଇଁ ୧୦୨ ଅାମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ତେବେ ରାସ୍ତା କାଦୁଅରେ ପଚ ପଚ ହୋଇଯାଇଥିବା ଏବଂ ଅଣଓସାରିଅା ହୋଇଥିବାରୁ ଅାମ୍ବୁଲାନ୍ସ ଅାସି ଅଧାବାଟରେ ଅଟକିଯାଇଥିଲା। ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯାଇଥିଲା ଏହି ଅାମ୍ବୁଲାନ୍ସ।

ଏହା ପରେ ଗାଁ ଲୋକଙ୍କ ସହାୟତାରେ ଏକ ଖଟିଅାରେ ଗର୍ଭବତୀଙ୍କୁ ଅାମ୍ବୁଲାନ୍ସ ନିକଟକୁ ବୁହାଯାଇଥିଲା। ପ୍ରସବ ଯନ୍ତ୍ରଣାରେ  ଛଟପଟ ହୋଇ ପ୍ରାୟ ଦେଢ଼ କିଲୋମିଟର ଏଭଳି ଖଟିଅାରେ ବୁହାହୋଇଥିଲେ ଗର୍ଭବତୀ। ଏହାପରେ ତାଙ୍କୁ ଅାମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା। ସେଠାରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଅାଯାଇଥିଲା।

You might also like