୪୮ ଘଣ୍ଟା ମଧ୍ୟରେ କମିବ ତାପମାତ୍ରା

ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ବଢିବ ଶୀତ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ କିଛି ବର୍ଷ ତୁଳନାରେ ଏ ବର୍ଷ ଶୀତ କମ୍ ରହିଛି କନ୍ଧମାଳର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିଛି। ସେହିପରି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏତେ ମାତ୍ରାରେ ଶୀତ ଅନୁଭୂତ ହେଉନାହିଁ।

ଗତକାଲି ତାପମାତ୍ରା ରେକର୍ଡ ଅନୁସାରେ ୧୫ ଡିଗ୍ରୀ ଉପରେ ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ରହିଛି।ତେବେ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ପାଇବ ଏବଂ ଏହି ସ୍ଥିତି ପରବର୍ତ୍ତୀ ୩ ଦିନ ଯାଏଁ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

You might also like