• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସି ଆସିଛି ପାରଦ। ଜାଡ଼ରେ ଥରୁଛି ସାରା ରାଜ୍ୟ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଥଣ୍ଡାର ପ୍ରକୋପ। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୮ ଦଶମିକ ୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮ ଦଶମିକ ୫, ଭବାନୀପାଟଣାରେ ୯, କେନ୍ଦୁଝରଗଡ଼ରେ ୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବୌଦ୍ଧ ଓ ବାରିପଦାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୦ ଡିଗ୍ରୀ ସେଲ୍ସିୟସ। ପ୍ରବଳ ଶୀତ ଯୋଗୁଁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। କିଏ ନିଆଁ ଜାଳି ଶୀତ ଦାଉରୁ ନିଜକୁ ରକ୍ଷା କରୁଛି ତ କିଏ ଶୀତ ଛଡ଼ାଇବା ପାଇଁ ଖେଳକୁଦରେ ବ୍ୟସ୍ତ। କିଛି ସ୍ଥାନରେ କୁହୁଡ଼ି ଯୋଗୁଁ ମଧ୍ୟ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେବେ ରାଜ୍ୟରେ ଶୀତ ପ୍ରକେପ ଗୋଟିଏ ପଟେ ବଢୁଥିବାରୁ ସକାଳୁ ସକାଳୁ ଚା’ ଦୋକାନରେ ପ୍ରବଳ ଭିଡ ଜମିବାରେ ଲାଗିଛି।

ସେପଟେ ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ  ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା । ଶୀତ କୋରାପୁଟରେ ପ୍ରବେଶ କଲେ ସୁଲୁସୁଲିଆ ପବନ ସାଙ୍ଗକୁ ଦେଖିବାକୁ ମିଳେ କୁହୁଡିର ଆସ୍ତରଣ।

ଅଳସୀକ୍ଷେତ ଯେତେବେଳେ  ଭରା ଯୌବନ ର ଗୀତ ଗାଏ, ସୁଆଁ, ମାଣ୍ଡିଆ,କାଙ୍ଗୁ,କାନ୍ଦୁଲ ଯେବେ ଫୁଲ ଉଡ଼ା ଦିଏ, ଠିକ୍ ସେତିକି ବେଳେ ତ କୋରାପୁଟ ରେ ଜମିଯାଏ ଶୀତ ର ମିନାବଜାର। ବଦଳି ଯାଏ କୋରାପୁଟ ର ରୂପ ଲାବଣ୍ୟ,  ସତେ ଅବା ମାୟା ନଗରୀ । ତାଆରି ଭିତରେ ଦିଶୁଛି କୁହୁଡ଼ିର ମାୟା ଦର୍ପଣ।  ଫୁଲେଇ ଝରଣା, ଅଳସୀନଈ, ବେଫିକର ମଥା ଟେକିଥିବା ଦେଓମାଳି, ଝୁମି ଯାଉଥିବା ଜଙ୍ଗଲ,ଏ ସବୁଠିକି ଶୀତ ତାର ଯାଦୁ ସ୍ପର୍ଶ ଦେଇଯାଏ।

କୋରାପୁଟ ବି ଶୀତ କୁ ବେଶ ଅନୁଭବ କରିନିଏ, ଆବୋରି ନିଏ, ଆପଣେଇ ନିଏ… ଡୁଙ୍ଗଡୁଙ୍ଗା ବାଜିଉଠେ, ସାଇଲୋଡି ଗୀତ ଜମେ, ଗାଁ ଦାଣ୍ଡରେ ଅଂଟା ହଲେଇ ଢେମ୍ସା ନାଚ କରିବାକୁ ବାଧ୍ୟ କରିଦିଏ ଶୀତ । ପାହାଡ଼ ତଳର ଧୂଆଁ ଉଠା ଗାଁ ରେ ଶୀତ ବି ଅଟକି ଯାଏ ନିଆଁ ପୋଇଁବାକୁ।

ସହର ଯାଏଁ ଖେଦିଯାଏ କୁହୁଡ଼ି ର ମଶାଲ, ଧୂଆଁ ଧୂଆଁ ସକାଳ, ଝାପ୍ସା ଝାପ୍ସା ସଞ୍ଜ… ଓଃ ମନକଲବଲ ହୁଏ କପେ ଗରମ ଚା ପାଇଁ। ଚା’ କପ ରୁ ଉଠୁଥିବା ବାମ୍ଫ ରେ ହିଁ ସକାଳ ସରଗରମ ହୋଇ ଉଠେ। ବୟସ ମାନେନା ସୀମାରେଖା, ସମସ୍ତେ ଫେଣ୍ଟି ହେଇଯା’ନ୍ତି ଶୀତ ସାଙ୍ଗରେ ମିତ ବସିବାକୁ। ଶୀତ ସହ କସରତ ହୁଏ, ସକାଳ ବୁଲା ରେ ଇଶାରା ଇଶାରା ରେ ଅନେକ କଥା ଆଖି କୁହେ-ଆଉ ସାମ୍ନା ବାଲାର ଆଖି ବି ପରିଭାଷାକୁ ଠଉରାଇ ନିଏ।

ଶୀତର ଲହରୀରେ ଜୀବନ ର କାଗଜ ଡଙ୍ଗା ଅଳ୍ପ ଥରି ଯାଏ ସତ କିନ୍ତୁ ଜୀବନ କୁ ଆଉଟିକେ ଜିଇଁ ଯିବାର ଇଚ୍ଛାରେ କୋରାପୁଟିଆ ଶୀତ ଦେଇଥାଏ ଅସରନ୍ତି ପ୍ରେରଣା ଆଉ ନବ ଉନ୍ମାଦନା । ଏଇଟା ହିଁ କୋରାପୁଟ ଶୀତ ର ନିଆରାପଣ ।

 

Winter-update-odisha-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories