ନଭେମ୍ବର ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୦ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ନଭେମ୍ବର ୨୦ ତାରିଖରେ ଆଗତ ହେବ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ।

ଏହାପରେ ନଭେମ୍ବର ୨୬, ୨୭, ୨୮ ଯାଏଁ ତିନିଦିନ ଧରି ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଏହାପରେ ଅର୍ଥାତ ନଭେମ୍ବର ୨୯ ତାରିଖରେ ଆସିବ ଅତିରିକ୍ତ ବଜେଟ ସହ ବ୍ୟୟମଂଜୁରୀ ବିଲ୍। କେବଳ ସରକାରୀ ଛୁଟି ଦିବସ ବ୍ୟତୀତ ସବୁଦିନ କଡ଼ାକଡ଼ି କୋଭିଡ୍ କଟକଣା ଭିତରେ ଚାଲିବ ଅଧିବେଶନ। ଏପରିକି ରବିବାର ମଧ୍ୟ ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ

You might also like