ତାଣ୍ଡବ କରୁଛି ବାତ୍ୟା: ପ୍ରକୋପ ରହିବ ଆହୁରି ୩ ଘଣ୍ଟା

ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିବ- SRC

  • ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିବ- SRC
  • ବାତ୍ୟା ଅପଡେଟ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା
  • ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି
  • ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍
  • ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ
  • ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବା ଆଶା କରୁଛୁ
  • ଏବେ ପବନ ବେଗ ୧୩୦ରୁ ୧୪୦ କିମି ରହିଛି
  • ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ
  • ବାଲେଶ୍ୱର ପରେ ମୟୁରଭଂଜ ଯିବ, ସେଠି ୧୦୦ କିମି ପବନ ହେବ
  • ଦିନ ୩ଟା ଯାଏ ଭଦ୍ରକ, ବାଲେଶ୍ୱରରେ ପ୍ରଭାବ ରହିବ
  • ଅପରାହ୍ନ ପରଠାରୁ ମୟୂରଭଂଜରେ ବର୍ଷା, ପବନ ବଢ଼ିବ
  • ମୟୂରଭଂଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ
  • ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି
  • ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ
  • ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା
  • ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି

ଭୁବନେଶ୍ୱର: ଦିନ ୧ଟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍ ସରିବ ବୋଲି କହିଲେ SRC।  ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କହିଲେ ଏସଆରସି। ଏବେ ପବନର ବେଗ ୧୩୦ରୁ ୧୪୦ କିମି ରହିଛି। ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ ଏବଂ ବାଲେଶ୍ୱର ପରେ ମୟୁରଭଂଜ ଯିବ, ସେଠି ୧୦୦ କିମି ପବନ ହେବ ବୋଲି କହିଲେ ଏସଆରସି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

You might also like