ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା) : ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଦ ବିରୋଧୀ ସ୍ଲୋଗାନ ଦେଇ ଶତାଧିକ ଲୋକଙ୍କ ଶୋଭାଯାତ୍ରା। ମାତୃଶକ୍ତି ମହାସଂଘ ପକ୍ଷରୁ ଗୁଣପୁର ସମତେ ରାମନାଗୁଡ଼ା, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ମଦ ବନ୍ଦ ପାଇଁ ଗ୍ରାମସଭା ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା, ଗାଁ ଗାଁରେ ବେଆଇନ୍ ମଦ ବିକ୍ରି ବନ୍ଦ କରିବା, ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ପଦକ୍ଷେପ ନେବା ଓ ମଦ ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ୪ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ଚେତାବନୀ ଦେଇଛି।

ମଦ ଯୋଗୁଁ ମହିଳା ମାନେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।

You might also like