ଗାଁ ଲୋକଙ୍କ ଲଙ୍କାକାଣ୍ଡ

ମଦ ଦୋକାନରେ ଭଙ୍ଗାରୁଜା, ପୋଡ଼ାଜଳା

ଚୌଦ୍ୱାର  : ଉତ୍ତ୍ୟକ୍ତ ଗାଁ ଲୋକଙ୍କ ଲଙ୍କାକାଣ୍ଡ। ଦେଶୀ ମଦ ଦୋକାନକୁ ପୋଡ଼ି ଦେବା ସହିତ ଭଙ୍ଗା ରୁଜା କରାଯାଇଛି।  ଏହି ଘଟଣା ଘଟିଛି କଟକ ଚୌଦ୍ୱାର ଥାନା ୧୭ ନମ୍ବର ଓ୍ୱାର୍ଡରେ। ସୂଚନା ଅନୁସାରେ ଗତକାଲି ସୁଇପର ବସ୍ତିର ଅଶୋକ ନାଏକ ଓ ତାଙ୍କ ସାଙ୍ଗ ସଂଜୟ ନାୟକ ମଦ ଦୋକାନକୁ ଯାଇଥିଲେ। ରାତି ୧୧ଟା ପରେ ଅଶୋକ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଅଶୋକଙ୍କ ମୃତଦେହ ମିଳିଥିଲା ଧୁମାବତୀ ନିକଟ କେନାଲରୁ।

ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ମଦ ଦୋକାନରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ହତ୍ୟା ଅଭିଯୋଗର ତଦନ୍ତ କରୁଛି ।

You might also like