ଅଧିକ ମଦ ବିକିଲେ ପୁରସ୍କାର ଦିଆଯିବା ନିଷ୍ପତ୍ତି ସରକାରଙ୍କ ନୁହେଁ : ଅବକାରୀ ମନ୍ତ୍ରୀ

ଭବନେଶ୍ୱର : ଅଧିକ ମଦ ବିକିଲେ ପୁରସ୍କାର ଦିଆଯିବା ନିଷ୍ପତ୍ତି ସରକାରଙ୍କ ନୁହେଁ, ବିଧାନସଭା ଷ୍ଟାଣ୍ଡିଂ କମିଟିର। ଗୃହରେ ଏହି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ତେବେ ୨୦୦୬ ମସିହାରୁ ରାଜ୍ୟରେ ନୂଆ ମଦଦୋକାନ ଖୋଲିନାହିଁ।  ରାଜ୍ୟ ସରକାର ଲାଇସେନ୍ସ ରିନ୍ୟୁଆଲ ନକରି ଇ-ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏ ସମ୍ପର୍କିତ ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି। ମାମଲା ଫଇସଲା ପରେ ଇ-ଅକ୍ସନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏପଟେ ରାଜ୍ୟରେ ମଦକୁ ନେଇ ଅନେକ ଅଘଟଣ ଘଟିଛି। ମଦ ନିୟନ୍ତ୍ରଣ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଗୃହରେ ଜଣାନ୍ତୁ ବୋଲି ଉଭୟ ଶାସକ ଓ ବିରୋଧୀ କହିଛନ୍ତି।

You might also like