ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ହେବ ନା ହେବନି?

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦେଖି ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଦଶମ ଓ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ କଲେ ଉଭୟ CBSE ଓ ICSE। ଏଣେ CBSE ଓ ICSEର ନିଷ୍ପତ୍ତି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କି ନିଷ୍ପତ୍ତି ନେଉଛନ୍ତି, ଏବେ ତା ଉପରେ ନଜର। CBSE ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ସଲିସିଟର ଜେନେରାଲ।

ତେବେ ପୂର୍ବ ତିନିଟି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ। ସେହିପରି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଘୋଷଣା କରିଛି CBSE। ତେବେ ଯେଉଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଚାହିଁବେ, ମହାମାରୀ ସ୍ଥିତି ସୁଧୁରିବା ପରେ ସେମାନେ ଲକଡାଉନ ଯୋଗୁଁ ବାତିଲ ଅବଶିଷ୍ଟ ବିଷୟଗୁଡିର ପରୀକ୍ଷା ଦେଇପାରିବେ ହେଲେ ୧୦ମ ଶ୍ରେଣୀ ପିଲାଙ୍କୁ ଏହି ବିକଳ୍ପ ମିଳିବ ନାହିଁ।

CBSE ଭଳି ICSE ବୋର୍ଡ ମଧ୍ୟ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରିଛି। ତେବେ CBSE ଦ୍ୱାଦଶ ଭଳି ICSE ପିଲାଙ୍କୁ ପରେ ପରୀକ୍ଷା ଦେବା ବିକଳ୍ପ ମିଳିବ ନାହିଁ। ଏପଟେ ଜାତୀୟ ସ୍ତରରେ ଦୁଇ ପ୍ରମୁଖ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଭଳି ବଡ଼ ନିଷ୍ପତ୍ତି ନେବା ପରେ ଆମ ରାଜ୍ୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏ ନେଇ ବିଭାଗର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ଏବଂ ବିଭିନ୍ନ ରାଜ୍ୟ ପରୀକ୍ଷା ଆୟୋଜନ ପାଇଁ ଅସମର୍ଥତା ପ୍ରକାଶ କରିବାରୁ ଏହା ଅନୁଯାୟୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛି CBSE। ତେବେ ଆଜିର ଶୁଣାଣି ବେଳେ CBSEର ଦ୍ୱାଦଶ ଶ୍ରେଣୀ ଲାଗି ପରୀକ୍ଷା ବିକଳ୍ପ, ଫଳ ପ୍ରକାଶନ, ବିଭିନ୍ନ ରାଜ୍ୟ ବୋର୍ଡ ପରୀକ୍ଷା ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ଆଦି ଦିଗ କିଛି ସ୍ପଷ୍ଟତା ନଥିବାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ମାଗିଛନ୍ତି କୋର୍ଟ।

ସେହିଭଳି ପରୀକ୍ଷା ଓ ଇଣ୍ଟରନାଲ ଆସେସମେଣ୍ଟ ବିକଳ୍ପ ଭିତରେ ପାର୍ଥକ୍ୟ କଣ, ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଥିବାରୁ ଆଜି ପରୀକ୍ଷା ବାତିଲ ଅର୍ଡର ପାସ କରିନାହାନ୍ତି। ଏସଂପର୍କରେ ଆସନ୍ତାକାଲି ପୁଣି ଶୁଣାଣି ହେବ।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like