ବାର ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେବେ କି ସରକାର ?

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ପୋଲିସର ଚଢାଉ ପ୍ରସଙ୍ଗରେ ମୁହଁ ଖୋଲିଛି ବାର ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ଦୀର୍ଘ ୯ ମାସ ଧରି ବାର୍ ଓ ହୋଟେଲ ବନ୍ଦ ରହିବା ଯୋଗୁଁ କର୍ମଚାରୀ ମାନଙ୍କୁ ଦରମା ଓ ଘର ଭଡ଼ା ଦେବାରେ ଅସୁବିଧା ହେଉଛି । ଯେଉଁ ବାର୍ ମାଲିକମାନେ ମଦ ପରସି ବିକ୍ରି କରୁଛନ୍ତି, ସେମାନେ କେବଳ ବଞ୍ଚିବା ପାଇଁ କରୁଛନ୍ତି ବୋଲି ସଂଘ କହିଛି ।

ସରକାର ତୁରନ୍ତ ବାର ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଅନ୍ତୁ, ନଚେତ୍ ଏହି ଇଣ୍ଡଷ୍ଟ୍ରି ବନ୍ଦ ହୋଇଯିବ ଏବଂ ଶହ ଶହ ଲୋକ ବେକାର ହୋଇଯିବେ ବୋଲି ସଂଘ କହିଛି । ଗତକାଲି କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱରର ୨୦ରୁ ୨୫ଟି ବାର୍ ଉପରେ ପୋଲିସ ଚଢାଉ କରିଥିଲା ତା ଭିତରୁ ୪ଟି ବାର୍କୁ ସିଲ୍ କରାଯାଇଥିଲା ।

You might also like