• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ କରୋନାର ତଳମୁହାଁ ଟ୍ରେଣ୍ଡ। ସେପ୍ଟେମ୍ବର-ଅକ୍ଟୋବର ଅପେକ୍ଷା ନଭେମ୍ବରରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ମୃତ୍ୟୁଧାରାରେ କିନ୍ତୁ ଲାଗୁନି ବ୍ରେକ୍। ଆଜି ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ୧୫ ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ। ବଡ଼ ପ୍ରଶ୍ନ, ଆଗକୁ କଣ ହେବ ସ୍ଥିତି? କମିବ, ସ୍ଥିର ରହିବ ନା ବଢ଼ିବ?

କୁହାଯାଉଛି, କେରଳ ଓ ଦିଲ୍ଲୀ ଭଳି ଓଡ଼ିଶାକୁ ମଧ୍ୟ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ଲହରି ଆସିବାର ଆଶଙ୍କା ରହିଛି। ଏହା ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରହିପାରେ। ତେଣୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଧାର୍ମିକ ଅନୁଷ୍ଠାନ ବି ଖୋଲା ଯାଇନାହିଁ। ବିବାହ ଉତ୍ସବ ଲାଗି ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲେ ବି ଜିଲ୍ଲା ପ୍ରଶାସନ ସ୍ଥିତି ଦେଖି ଏଥିପାଇଁ ଅନୁମତି ଦେବ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡିସେମ୍ବର, ଜାନୁୟାରୀ ଓ ଫେବ୍ରୁୟାରୀ ଓଡିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ କୋଭିଡ୍ ନିୟମ ମାନି ଅଧିକ ସଜାଗ ରହିବାକୁ ପଡିବ। ସଂକ୍ରମଣକୁ ଚେକ୍ ଦେବା ଲାଗି ଇଲି ଓ ସାରି ଚିହ୍ନଟ କରି ଟେଷ୍ଟିଂ ବଢ଼ାଯିବ। ଦ୍ୱିତୀୟ ଫେଜ୍‌ରେ ଜନଗହଳିପୂର୍ଣ୍ଣ ସହରରେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ତାଉପରେ ଅଧିକ ଫୋକସ୍ ରହିବ।

ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟର ୪-୫ ମାସ ପରେ ଦ୍ୱିତୀୟ ଲହରି ଆସୁଛି ତେଣୁ ଯଦି ସେକେଣ୍ଡ ୱେଭ୍ ଆସେ, ତାହେଲେ ପ୍ରଥମେ ଗଂଜାମର ବ୍ରହ୍ମପୁର ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଛି। ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। କାରଣ ଏଠାରେ ହିଁ ପ୍ରଥମେ ବହୁ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ଶୀତ ଋତୁରେ ସାଧାରଣତଃ ଧୂଆଁ ଓ ପ୍ରଦ୍ୟୁଷଣ ମାତ୍ରା ବଢ଼ିବା ଯୋଗୁଁ ଅଧିକ ଶ୍ୱାସଜନିତ ରୋଗ ହୋଇଥାଏ। ତେଣୁ ଶୀତ, କରୋନା ସଂକ୍ରମଣ ବ୍ୟାପିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ସେଦୃଷ୍ଟିରୁ ଯେଉଁ ସବୁ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୁଏ, ଯେମିତିକି କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲାବାସୀଙ୍କୁ ଅଧିକ ସଜାଗ ରହିବାକୁ ପଡ଼ିବ। ତେବେ ଅନ୍ୟ ଅଞ୍ଚଳ ଅପେକ୍ଷା ଥଣ୍ଡା ପଡୁଥିବା ଜନଗହଳିପୂର୍ଣ୍ଣ ସହରଗୁଡ଼ିକରେ କରୋନାର ପ୍ରଭାବ ଅଧିକ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Will-the-coronas-second-wave-situation-made-worsen
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories