ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଭୁବନେଶ୍ୱର: ରାଜଧାନୀରେ ଥିବା ବ୍ୟବସାୟୀ ଓ ଦୋକାନୀ ସାବଧାନ। ଗାଇଡଲାଇନ୍ ନ ମାନିଲେ ବଜାର ବନ୍ଦ କରାଯିବ। ଏଭଳି ଢଙ୍ଗରେ ବ୍ୟବସାୟୀ ଓ ଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି ପୋଲିସ୍ କମିଶନର।

ରାଜଧାନୀରେ କେମିିିତି କୋଭିଡ୍ ଗାଇଡଲାଇନ୍ ପାଳନ ହେଉଛି, ନିଜେ ଏହାର ଅନୁଧ୍ୟାନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ରାଜଧାନୀ ୟୁନିଟ୍-୨ର ମାର୍କେଟ ବିଲ୍ଡିଂକୁ ଡିସିପିଙ୍କ ସହ ଯାଇ ସିପି ବୁଲିଦେଖିଥିଲେ। ଗାଇଡ୍ ଲାଇନ୍ ଠିକ୍ ସେ ପାଳନ ନହେଲେ ବଜାର ବନ୍ଦ କରାଯିବ ବୋଲି ସିପି ବ୍ୟବସାୟୀଙ୍କୁ ଚେତାବନୀ ଶୁଣାଇଥିଲେ।

ଅପରପଟେ ଭୁବନେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ପୂର୍ବ ଭଳି ସଂକ୍ରମଣ ହାର ହ୍ରାସ ପାଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ବିଏମସି ଅଞ୍ଚଳରେ ଏବେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି। ତେବେ ଆକ୍ଟିଭ୍ କେସଗୁଡ଼ିକ ମଧ୍ୟରୁ ୭୫ ପ୍ରତିଶତ ହୋମ୍ ଆଇସୋଲେସନରେ ଅଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ୧୦ ହଜାର ଲୋକ ଆଇସୋଲେସନରେ ରହିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାର ସୁସ୍ଥ ହୋଇ ସାରିଲେଣି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଏମସି ଅଞ୍ଚଳରେ ଆଉ ୬୦ଟି କୋଭିଡ୍ ଆଇସିୟୁ ବେଡ୍ ବୃଦ୍ଧି କରାଯାଇଛି ବୋଲି କମିଶନର କହିଛନ୍ତି।

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଗତକାଲି ୩୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୦, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ରହିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like