ଜଗାକୁ ଦେଖିବାକୁ ବ୍ୟାକୁଳ ହେଲେଣି ଭକ୍ତ
ଦର୍ଶନ ଦେବ ଜଗା
ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିର ଖୋଲିବା ପୂର୍ବରୁ କରୋନା କଟକଣା ପାଳନ ଓ ଏସ୍ଓପି ନେଇ ରୁଦ୍ଧଦ୍ୱାର ବୈଠକ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲ୍ଲାପାଳ, ଏସପି ଏବଂ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଆଲୋଚନା ହୋଇଛି।
ଅପରପକ୍ଷେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଓଡିଶା ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, କରୋନା ସଂକ୍ରମଣ କିପରି ନବ୍ୟାପିବ ସେ ନେଇ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୩ରେ ଶ୍ରୀମନ୍ଦିର ଖୋଲିବାକୁ ଯାଉଛି। ତେବେ ଏହାକୁ ନେଇ ବେଶ ଉତ୍କଣ୍ଠା ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ।