• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଟକ: ଖୁବଶୀଘ୍ର କଟକର ପୁରୀଘାଟଠାରେ କାଠଯୋଡ଼ି ଓ କୁଆଖାଇ ନଦୀକୁ ମିଶାଇ ଏକ ନୂଆ ବ୍ୟାରେଜ୍ ର୍ନିମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଏନେଇ କଟକ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଏହି ବ୍ୟାରେଜ ଦ୍ୱାରା ଚାରୋଟି ଜିଲ୍ଲାର ଚାଷ ଜମିକୁ ଜଳ ସେଚନ ସହ ମାଛ ଚାଷ କରିବା ସୁଯୋଗ ମିଳିବ ବୋଲି ସେ କହିଛନ୍ତି। କାଠଯୋଡ଼ି ଓ ମହାନଦୀ କଟକ ସହରର ଲାଇଫ ଲାଇନ ବୋଲି ଆମେ ସମସ୍ତେ ଜାଣନ୍ତି।

ଗୋଟିଏ ପଟେ ମହାନଦୀ ଉପରେ ବ୍ୟାରେଜ ର୍ନିମାଣ କରାଯାଇ ଜଳକୁ ସଂରକ୍ଷଣ କରାଯାଉଥିବା ବେଳେ ତାହାର ମୁଖ୍ୟ ଶାଖାନଦୀ କାଠଯୋଡ଼ିର ଜଳକୁ ସଂରକ୍ଷଣ ନ କରାଯିବା ଯୋଗୁଁ ବନ୍ୟାଜଳ ସିଧା ବଙ୍ଗୋପସାଗରରେ ମିଶି ଯାଉଛି। ଦୁଇ ଶାଖାନଦୀ ଦେବୀ ଓ ପ୍ରାଚି ନଦୀ ଦ୍ୱାରା ସମସ୍ତ ଜଳରାଶି କଟକ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧାରେ ପ୍ରବାହିତ ହୋଇଥାଏ।  ତେବେ ଏହାର ସଦୁପଯୋଗ ଲାଗି ଏହି ଯୋଜନା ପ୍ରସ୍ତୁତ କରାଯାଉଛି।

ପୂର୍ବତନ ବିଧାୟକ କହିଛନ୍ତି ଯେ, ଏହି ବ୍ୟାରେଜ ହେବା ପରେ ନଦୀର ପାଣିକୁ ସଂରକ୍ଷିତ ଭାବରେ ରଖାଯାଇପାରିବ। ବନ୍ୟା ପାଣି ନଦୀରେ ଆସି ସିଧା ସମୁଦ୍ରକୁ ପଳାଉଛି ତେଣୁ ଏହା କାର୍ଯ୍ୟକ୍ଷମ ହେଲେ ଲୋକମାନେ ବିଶେଷକରି ଚାଷୀଭାଇ ମାନେ ଲାଭବାନ ହେବେ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ଏହାସହ ଖରାଦିନେ ଛତିଶଗଡ ପାଣି ଦେଉନାହିଁ ତେଣୁ ରାଜ୍ୟରେ ଜଳାଭାବ ଦେଖାଯାଉଛି। ତେଣୁ ଏହି ବ୍ୟାରେଜ ହେଲେ ପାଣି ସମସ୍ୟା ନିଶ୍ଚୟ ଦୂର ହେବ ବୋଲି ସେ କହିଛନ୍ତି।

ସେପଟେ କଟକ ଜିଲ୍ଲାପାଳ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କଟକରେ ଥିବା ତିନୋଟି ନଦୀ ମହାନଦୀ, କୂଆଖାଇ ଓ  ମହାନଦୀକୁ ନେଇ କିପରି ଭାବରେ ଯୋଜନା ପ୍ରସ୍ତୁତ ହୋଇପାରିବ ସେନେଇ ଆଲୋଚନା ହୋଇଛି। ମୁଖ୍ୟତଃ କେମିତି ଜଳ ସଂରକ୍ଷଣ ହେବ ସେନେଇ ଆଲୋଚନା ହୋଇଥିବା ଶ୍ରୀ ସାମନ୍ତରାୟ କହିଛନ୍ତି।

Will-shortly-build-a-new-barrage-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories