ପରୀ ହତ୍ୟାକାରୀ ଧରାପଡିବ କେବେ ?

ବେ।ଥ୍ରା ଧରିବେ କି ପରୀ ହତ୍ୟାକାରୀ !

ନୟାଗଡ : ଥମିବାରେ ନା ନେଉନାହିଁ ପରୀ ମୃତ୍ୟୁ ପ୍ରସଙ୍ଗ । ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକୁ ଜେ।ରଦାର କରିଛି SIT  । ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗତ ତଥା ମାମଲାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି ଯାଞ୍ଚ ଏଜେନ୍ସି । ବାବୁଲିର ଡ୍ରାଇଭର୍ ବିଜୟ ବେହେରା ବି ତଦନ୍ତ ସ୍କାନରକୁ ଆସିଛି । ଗତକାଲି ବିଜୟର ଘର ଯାଂଚ ସହ ତାକୁ ଜେରା କରିଛି SIT ।

ପରି ହତ୍ୟା ପଛରେ ସିଧାସଳଖ ବାବୁଲିର ସଂପୃକ୍ତି ଥିବା ପରିବାର ଲୋକ ପୂର୍ବରୁ ଅଭିଯୋଗ କରିଥିଲେ । ଘଟଣା ଦିନ ବାବୁଲି କେଉଁଠି ଥିଲେ? ହତ୍ୟା ଘଟଣାରେ ବାବୁଲିର କଣ ସଂପୃକ୍ତି ରହିଛି? ଘଟଣାକୁ ରଫାଦଫା କରିବାରେ ତାର କିଛି ଭୂମିକା ରହିଛି କି? ଏସବୁ ଦିଗକୁ ନେଇ ତନାଘନା କରୁଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ସେପଟେ ତଦନ୍ତକାରୀ ଟିମର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ସେ ତଦନ୍ତ ଭାର ହାତକୁ ନେବାର ମାତ୍ର ୫ ଦିନ ହୋଇଛି, ଅନ୍ତତଃ ୨ ସପ୍ତାହ ସମୟ ଦିଆଯାଉ ।

  ସେପଟେ ପୋଲିସ୍ ଡିଜିଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ କ୍ରାଇମବ୍ରାଞ୍ଚ ଏଡିଜି, ଅର୍ଥନୈତିକ ଅପରାଧ ଶାଖା ଡିଆଇଜି, ଆଇନଶୃଙ୍ଖଳା ଏଡିଜି ପ୍ରମୁଖ ଉପସ୍ଥିତି ଥିଲେ । ବୈଠକରେ ଅନ୍ୟାନ୍ୟ ବିଷୟ ସମେତ ପରୀ ମାମଲା ଉପରେ ବି ଆଲେ।ଚନା କରାଯାଇଥିବା ସୂଚନା ରହିଛି ।

You might also like