ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ

ଜଳୁଛି ଜଙ୍ଗଲ ।  ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ। ବାଲେଶ୍ୱର ରେମୁଣା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଗୋବିନ୍ଦପୁର, ପଚାଶଟି, ଖମଟଣା ଗାଁରେ ପ୍ରାୟ ୮ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗ୍ରାମବାସୀ ନିଆଁ ଆୟତ୍ତ କରିଥିବା ବେଳେ କିଛି ସ୍ଥାନରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି  ।

ସେହିପରି ବାଲେଶ୍ୱର ନୀଳଗିରି କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ଦେବଗିରି ପାହାଡ଼ରେ ଦୁଇ ଦିନ ହେବ ଲାଗିଛି ନିଆଁ ପର୍ବତରେ ପ୍ରାୟ ୫୦ରୁ ଅଧିକ ସ୍ଥାନରେ ଜଙ୍ଗଲ ନିଆ ବ୍ୟାପି ଚାଲିଥିବା ବେଳେ ଏଯାଏଁ ନିଆଁ ଆୟତ୍ତକୁ ଅସିପାରିନାହିଁ । ମୟୂରଭଂଜ କପ୍ତିପଦା ରେଞ୍ଜ ରାଢ଼ୋସ୍ଥିତ ସିଦ୍ଧମଠ ପାହା଼ଡ଼ରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବନ ବିଭାଗ କିଛି ସ୍ଥାନରେ ନିଆଁ ଆୟତ୍ତ କରିଥିବା ବେଳେ ଅନେକ ସ୍ଥାନରେ ଏବେ ବି ଜଳୁଛି ଜଙ୍ଗଲ ।

ଅନ୍ୟପଟେ ନୂଆପଡ଼ା କୋମନା ତରବୋଡ଼ ଗାଁରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତରବୋଡ଼ ଫାଣ୍ଡି ଅଧିକାରୀ ଓ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି ଫାଣ୍ଡି ଅଧିକାରୀଙ୍କ ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

ରାଜ୍ୟବ୍ୟାପୀ ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ? କାହିଁକି ଜଳିପୋଡ଼ି ପାଉଁଶ ହେଉଛି ଜଙ୍ଗଲ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ? ଦିନେ ଯେଉଁ ଜଙ୍ଗଲ ସବୁଜିମାରେ ଝଟକୁଥିଲା  ଆଜି ସେ ଶ୍ରୀହୀନ ହୋଇପଡ଼ିଛି।

ପଢନ୍ତୁ : ଶିମିଳିପାଳ ଜଙ୍ଗଲରେ ପୁଣି ଲାଗିଛି ନିଆଁ

You might also like