ପୁଣି ଚର୍ଚ୍ଚାରେ ଢୁଡ୍ : ଦୁଇ ଦିନ ହେଲା ଜଙ୍ଗଲୀ ବାରହାର ପତ୍ତା ମିଳୁନି

ବନବିଭାଗ ଦ୍ୱାରା ଖୋଜିବାକୁ ଦାବି

ପୁରୁଷୋତ୍ତମପୁର : ଜଙ୍ଗଲୀ ବାରହା ଢୁଡ୍ ନିଖୋଜ । ଦୁଇ ଦିନ ହେଲା ଢୁଡ୍ ସମ୍ପର୍କରେ କୌଣସି ପତ୍ତା ମିଳୁନି । କେନ୍ଦୁଝର ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗାଁର ଜଙ୍ଗଲି ବାରହା ଢୁଡ ନିଖୋଜ ହୋଇଯାଇଛି । ଗତ ଦୁଇ ଦିନ ହେଲା ସେ କେଉଁ ଆଡ଼େ ଚାଲି ଯାଇଥିବା କହିଛନ୍ତି ତାଙ୍କୁ ପାଳିଥିବା ଶକୁନ୍ତଳା ପେଠେଇ । ଦୁଇ ଦିନ ତଳେ ଶକୁନ୍ତଳା କୌଣସି କାମରେ ଅନୁଗୁଳ ଯାଇଥିଲେ । ଆଉ ଘରକୁ ଫେରି ଆସିବା ପରେ ଦେଖିଲେ  ଢୁଡକୁ ଆଇ ପାଇନଥିଲେ । ତେବେ ଢୁଡକୁ କେହି ମାରି ଦେଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶକୁନ୍ତଳାଙ୍କ ପରିବାର ଲୋକେ । ବନବିଭାଗ ଦ୍ୱାରା ଢୁଡକୁ ଖୋଜିଲେ ଏସମ୍ପର୍କରେ ତଥ୍ୟ ଜଣାପଡ଼ିବ ବୋଲି ଦାବି ହୋଇଛି ।


ପ୍ରାୟ ବର୍ଷେ ତଳର ଅକାଳରେ ନିଜ ସାନ ଝିଅକୁ ହରାଇଥିଲେ କୁନ୍ତଳା। ଘର ପାଖ ଜଙ୍ଗଲରେ କରାଯାଇଥିଲା ଅନ୍ତିମ ସଂସ୍କାର। ସେହିଦିନଠୁ କୁନ୍ତଳା ପ୍ରାୟ ସମୟରେ ସଂସ୍କାର ସ୍ଥଳକୁ ଯାଉଥିଲେ। ଦିନେ ସେହି ଜଙ୍ଗଲରୁ ଶାବକ ଅବସ୍ଥାରେ ବାରହାକୁ ଉଦ୍ଧାର କରି ଘରକୁ ନେଇଆସିଥିଲେ।  ତାକୁ ଆଣି ତା’ର ସେବା ଯତ୍ନ କରି ତାକୁ ବଞ୍ଚାଇଥିଲେ। ଆଉ ସ୍ନେହରେ ନାଁ ଦେଲେ ଢୁଡ଼, ତାପରଠୁ ଢୁଡ଼ ହୋଇଗଲା ପରିବାରର ସଦସ୍ୟ। ଜଙ୍ଗଲୀ ଯନ୍ତୁ ହୋଇବି ମଣିଷର ଭାବ ଆଉ ଆବେଗ ସହ ଛନ୍ଦି ହୋଇଗଲା।

ତେବେ ସମସ୍ତେ ଜାଣନ୍ତି ଜଙ୍ଗଲୀ ଯନ୍ତୁକୁ ଘରେ ପାଳିବା ଆଇନତଃ ନିଷିଦ୍ଧ। ଆଉ ଏଥିପାଇଁ ନବିଭାଗ କର୍ମଚାରୀ ଆସି ଢୁଡକୁ ନେଇଯିବା ସହ ଜଙ୍ଗଲରେ ଛାଡ଼ି ଦେଇଥିଲେ । ହେଲେ ମା’ର ମମତା ଜାଣେନି ସରକାରୀ ନୀତି ନିୟମ। ସେ କେବଳ ଅନାବିଳ ସ୍ନେହ ଓ ମମତା ଦେଇ ଜଙ୍ଗଲୀ ଜନ୍ତୁ ବାରହା ଛୁଆକୁ ଆଣି ପାଳିପୋଷି ଆଦର କରୁଥିଲେ । ତେବେ ଢୁଡ ଯିବାପରେ ଘରେ ସମସ୍ତେ ଖାଇବା ଭୁଲିଯାଇଥିଲେ ।

ଢୁଡକୁ ଝୁରୁଝରି ଅଗନା ଅଗନି ଜଙ୍ଗଲ ଭିତରେ ଦିନରାତି ଏକ କରି କୁନ୍ତଳା ଓ ତାଙ୍କ ପୁଅ ଝିଅ ଖୋଜୁଥିଲେ । ପାଳି କରି ଜଙ୍ଗଲୀ ବାରହାକୁ ଖୋଜା ଚାଲିଥିଲା । ତେବେ ଅନେକ ଖୋଜାଖୋଜି ପରେ ଢୁଡକୁ ପୁଣି ଫେରିପାଇଥିଲେ । ଜଙ୍ଗଲୀ ବାରହାକୁ ପାଇ କୁନ୍ତଳା ପେଣ୍ଠେଇଙ୍କ ଘରେ ଖୁସିର ଲହରୀ ଖେଳିଯାଇଥିଲା । ହେଲେ ଏବେ ପୁଣି ଥରେ କୁଆଡ଼େ ଚାଲିଯାଇଛି ଢ଼ୁଡ଼୍ । ପରିବାରରେ ଏବେ ଶୋକର ଛାୟା ଦେଖିବାକୁ ମିଳୁଛି ।

 

You might also like