• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ଆଇସୋଲେସନ୍ ୱାର୍ଡରେ ଦୁଃଖଦ ଘଟଣା ଘଟିଛି। ଆଇସୋଲେସନ୍ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ଶୁଣି ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ ହୋଇଛି। ଆଇସୋଲେସନ୍ ୱାର୍ଡରେ ମହିଳା ଜଣକ ଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଦମ୍ପତି ହେଲେ ଏରସମା କଟିଜଙ୍ଗା ଗାଁର ନିର୍ଲିପ୍ତ ଭୋଳ ଓ ସୁଭଦ୍ରା।

ସୂଚନା ଅନୁସାରେ, ସେମାନେ ତେଲେଙ୍ଗାନାରୁ ଫେରି ନିଜ ପଞ୍ଚାୟତ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ତେବେ ଗତକାଲି ନିର୍ଲିପ୍ତ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ଉଭୟଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ଆଇସୋଲେସନ୍ ୱାର୍ଡ ନିଆଯାଇଥିଲା। ତେବେ ଆଜି ଅପରାହ୍ନରେ ନିର୍ଲିପ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପାଇ ତାଙ୍କ ପତ୍ନୀ ମଧ୍ୟ ସେହି ଘରେ ଆତ୍ମହତ୍ୟା କରିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ, ସିଡିଏମ୍ଓ ଏବଂ ଏସ୍‌ଡିପିଓ ପ୍ରମୁଖ ସେଠାରେ ପହଞ୍ଚିଥିବା ବେଳେ, ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ପଠାଯିବ। ସେପଟେ ଉଭୟଙ୍କ କୋଭିଡ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି।

Wife-hanged-herself-after-heard-husband-died-news
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories