ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୪ ଜଣଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ପାଇଁ ଆବେଦନ। ଲାଏ ଡିଟେକସନ୍ ଲାଗି ଫରେନସିକ୍ ବିଭାଗକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ଯଦି ଲାଏ ଡିଟେକ୍ସନ ଚେଷ୍ଟ ହୁଏ, ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ। ସେହିପରି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ବି ଟେଷ୍ଟ ହୋଇପାରେ।
ଦୁଇ ମାସତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସଂଶୟ ଥିବା ବେଳେ ଆରପିଏଫ୍ ଘଟଣାର ତଦନ୍ତ କରିଥିଲା। ଏହାପରେ ଏହାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ଦାୟିତ୍ୱ। ଏହି ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପାମାଆଙ୍କ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଥିଲା।
ସେହି ଦିନ କେଉଁ କାରଣରୁ ଝଗଡ଼ା ଲାଗିଥିଲା, କାହିଁକି ବିଦ୍ୟାଶ୍ରୀ ଘର ଛାଡ଼ି ପଳାଇଲେ, ଘରୁ ଯିବା ବେଳେ ଆଦିତ୍ୟ କାହାକୁ ଫୋନ୍ କରିଥିଲେ କି, ଘଟଣାର କିଛି ଦିନ ଆଗରୁ ଅାଦିତ୍ୟଙ୍କ ମାନସିକ ଅବସ୍ଥା କିପରି ଥିଲା, ସେ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ।
ତେବେ ଶେଷରେ ସମସ୍ତ ବ୍ୟକ୍ତିଙ୍କ ଲାଏ ଡିଟେକସନ ଟେଷ୍ଟ ଲାଗି ଫରେନସିକ୍ ବିଭାଗକୁ ଚିଠି କରିଛି ଲାଏ ଡିଟେକ୍ସନ୍ ଟେଷ୍ଟ। ପରେ କ୍ରାଇମବ୍ରାଞ୍ଚକୁ କିଛି ଖିଅ ମିଳିପାରେ ବୋଲି ଆଶା କରାଯାଉଛି