ସମ୍ପତ୍ତି ହାସଲ ପାଇଁ ଏକାଧିକ ବିବାହ, ଅଭିଯୋଗ ଆଣିଲେ ରାଜଧାନୀ ମହିଳା

ଭୁବନେଶ୍ୱର: ଟଙ୍କା ଓ ସମ୍ପତ୍ତି ଲୋଭରେ ତାଙ୍କ ସ୍ୱାମୀ ଏକାଧିକ ବିବାହ କରିଛନ୍ତି। ଆଉ ପ୍ରତିବାଦ କଲେ  ତାଙ୍କୁ ମିଳୁଛି ହତ୍ୟା ଧମକ।  ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀର ଜଣେ ମହିଳା।

ସୂଚନା ଅନୁସାରେ, ରାଜଧାନୀର ଜଣେ ମହିଳା ରାଜେନ୍ଦ୍ର ନାରାୟଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ମହିଳା ଜଣକ ରାଜେନ୍ଦ୍ରଙ୍କ ପତ୍ନୀ ବୋଲି ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଉକ୍ତ ମହିଳା ଜଣକ ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ମହିଳା

ଅଭିଯୋଗ ମୁତାବକ, ରାଜେନ୍ଦ୍ର ତାଙ୍କ ସହ ପ୍ରତାରଣା କରି ସମସ୍ତ ସମ୍ପତ୍ତି ହାତେଇ ନେଇଛନ୍ତି। କେବଳ ତାଙ୍କ ସମ୍ପତ୍ତି ନୁହେଁ, ସେ ଏଭଳି ଏକାଧିକ ମହିଳାଙ୍କୁ ବିବାହ କରି ସେମାନଙ୍କ ସମ୍ପତ୍ତି ହାତେଇଥିବା ସେ କହିଛନ୍ତି।  ୨ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିବାବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଏକାଧିକ ବିବାହ ସମ୍ପର୍କରେ ଗତ ଜୁନ୍‌ରେ ଜାଣିବାକୁ ପାଇଥିଲେ। ଏନେଇ ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା ଧମକ ମିଳିଥିବା ସେ କହିଛନ୍ତି।

ନିଜ ବିବାହ ଫଟୋ ସହ ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ନେଇ ଉକ୍ତ ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପକ୍ଷେ ଏଭଳି ଅଭିଯୋଗକୁ ରାଜେନ୍ଦ୍ର ନାରାୟଣ ଦାସ ଖଣ୍ଡନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like